• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd June 2024: ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୨ ରବିବାର । ଚନ୍ଦ୍ର- ମୀନ ରାତ୍ରି ୦୧.୪୦ ଗତେ ମେଷ । ତିଥି-୧୧ଶୀ ରାତ୍ରି ୦୨.୫୧ ଗତେ ୧୨ଶୀ । ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୧.୪୦ ଗତେ ମେଷ ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୨.୪୧ ଗତେ ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ।

Sagittarius

ଧନୁ

Sunday 02 Jun 2024

ମୂଳା- ପାରିବାରିକ ସଦ୍ଭାବ ଅକ୍ଷୁଣ୍ଣ ରହିବା ହେତୁ ମାନସିକ ଶାନ୍ତି ଲଭିବେ। କର୍ମାରମ୍ଭରେ ସଂକଟର ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ। ଆନୁଷ୍ଠାନିକ ଅଥବା ସାମାଜିକ କାର‌୍ୟ୍ୟରେ ଯୋଗଦେଇ ପ୍ରଶଂସିତ ହେବେ।    

ପୂ,ଷାଢା- କରଜଦାତାଙ୍କ ଚାପ ବୃଦ୍ଧି ପାଇବାରୁ ମାନସିକ ଭାରସାମ୍ୟ ହରାଇପାରନ୍ତି । ନୂତନ ଦାୟିତ୍ୱ ନେଇ ବିବ୍ରତ ହେବାର ସୂଚନା ରହିଛି। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟ ନେତାଙ୍କର ପ୍ରିୟ ପାତ୍ର ହେବେ । 

ଉ,ଷାଢା- ନିର୍ମାଣାଧୀନ କାମ ଶେଷ ପର‌୍ୟ୍ୟାୟକୁ ଯିବା ପୂର୍ବରୁ ସମସ୍ୟା ଆସିପାରେ। ଭଲ ଚାକିରି ପାଇପାରିବେ ଯାହା ଆପଣଙ୍କୁ ଖ୍ୟାତି ଏବଂ ସମ୍ମାନ ମଧ୍ୟ ଦେବ । ଯେକୌଣସି ପ୍ରକାରରେ ଟଙ୍କା ବିନିଯୋଗ କରିବା କ୍ଷତିକାରକ ହୋଇପାରେ ।
 
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :