• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd January 2023: ରାଜନୈତିକ ବ୍ୟକ୍ତି ଆକ୍ରୋଶର ଶିକାର ହେବେ !

ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ସୋମବାର

Aries

ମେଷ

Monday 02 Jan 2023

ଅଶ୍ୱନୀ– ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ। ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ।

ଦ୍ୱିଜା – ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ । ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ। ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବେ।

କୃତିକା – ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି। ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ। ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ ।

ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :