ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୯.୧୪ ଗତେ ୫ମୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଉ- ଫାଲ୍ଗୁନୀ- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପିଡା ଅପେକ୍ଷାକୃତ କମ ରହିବ । ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ ।
ହସ୍ତା- ପଡୋଶୀ ଏବଂ କୁଟୁମ୍ଭ ସହ ଲାଗିଥିବା କଳହର ସମାଧାନ ହୋଇଯିବ । ଯାନ ବାହନ କିଣି ଖୁସି ଅନୁଭବ କରିବେ । ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ ।
ଚିତ୍ରା- ପୁରୁଣା ଗାଡି ବିକିବାରେ ମନ ବଳାଇବେ । ମହିଳା ମାନେ ପାରିବାରିକ ସମସ୍ୟା ଭୋଗିବେ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ
ପ୍ରତିକାର – ଛୋଟ କଳସୀରେ ଜଳ ଓ ଫୁଲ ରଖି ଘରର ସାମ୍ନାରେ ରଖନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫