ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୯.୧୪ ଗତେ ୫ମୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ମଘା- ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । କର୍ମକ୍ଷେତ୍ରରେ ସହକର୍ମୀ ମାନେ କୈାଶଳ କରି ଆପଣଙ୍କ ଠାରୁ କାର୍ୟ୍ୟ ହାସଲ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ପରିବର୍ତନ ଆଣିବା ସହିତ କିଛି ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି
ପୂ- ଫାଲ୍ଗୁନୀ- ପୁତ୍ର କନ୍ୟା ମାନଙ୍କର ଆଚରଣ ଆପଣଙ୍କୁ ଆଘାତ ଦେଇପାରେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ
ଉ- ଫାଲ୍ଗୁନୀ- ବାଦବିବାଦ କ୍ଷେତ୍ରରେ ବିଜୟୀ ହେବେ । ଘରୋଇ ସଂସାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉନ୍ନତିର ସୁଯୋଗ ପାଇବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧