ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର ।ଚନ୍ଦ୍ର – ମିଥୁନ ଅହୋରାତ୍ର ,ତିଥି – ୧୨ଶୀ ଦିବା ୦୪.୨୬ ଗତେ ୧୩ଶୀ ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ ଦିବା ୦୪.୨୬ ପର୍ଯ୍ୟନ୍ତ ।
ମଘା- ଭଲ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ପରିବାରରେ କିପରି ତିକ୍ତତା ନଆସେ ସେଥି ଉପରେ ନଜର ରଖିବା ଆବଶ୍ୟକ । ସଂପର୍କରେ ସଚ୍ଚୋଟତା ବଜାୟ ରଖିବାକୁ ଚେଷ୍ଟା କରିବେ
ପୂ- ଫାଲ୍ଗୁନୀ- ବ୍ୟବସାୟ ପାଇଁ ଆପଣ ବହୁତ ଦେଶ ବିଦେଶ ଭ୍ରମଣ କରିପାରନ୍ତି । ଭଲ ଚାକିରି ପାଇପାରିବେ ଯାହା ଆପଣଙ୍କୁ ଖ୍ୟାତି ଏବଂ ସମ୍ମାନ ମଧ୍ୟ ଦେବ । ଗାଡି କିଣିବା ଠାରୁ ଦୂରେଇ ରହିବା ଉଚିତ
ଉ- ଫାଲ୍ଗୁନୀ- ଛାତ୍ର ଛାତ୍ରୀ ମାନେ ପଢାରେ ମନଯୋଗ ରଖି ପାରିବେ ନାହିଁ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି । ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ ।
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧