ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର- ବିଛା ଦିବା ୦୩.୪୫ ଗତେ ଧନୁ, ତିଥି- ପ୍ରତିପଦ ଦିବା ୧୨.୪୩ ଗତେ ୨ୟା, ଘାତଚନ୍ଦ୍ର- ଦିବା ୦୩.୪୫ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମିଥୁନ ରାଶିରପୁଷ୍କର ଦୋଷ- ଦିବା ୧୨.୪୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଧନିଷ୍ଠା- ଖୋଜୁଥିବା ଜିନିଷର ସନ୍ଧାନ ମିଳିବ । ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ ନିରବତାକୁ ପ୍ରାଧାନ୍ୟ ଦେବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା କମି କମି ଆସିବ ।
ଶତଭିଷା- ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ରହିଛି । ଆନୁଷ୍ଠାନିକ କାମରେ କେତେକ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି ।
ପୂ,ଭାଦ୍ରପଦ- ସ୍ୱାର୍ଥ ହାନି ଆଶଙ୍କାରେ ଆତ୍ମୀୟ ସ୍ୱଜନ ଦୂରେଇ ଯାଇପାରନ୍ତି । ଯାହା ଆଶା କରୁଥିଲେ ତାହା ଆଜି ବିଳମ୍ବରେ ପାଇବେ । ଅନ୍ୟର ଅସୁବିଧା ଦୂର ପାଇଁ ନିଜକୁ କଷ୍ଟ ସ୍ୱୀକାର କରିବାକୁ ପଡିପାରେ ।
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮