ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର- ବିଛା ଦିବା ୦୩.୪୫ ଗତେ ଧନୁ, ତିଥି- ପ୍ରତିପଦ ଦିବା ୧୨.୪୩ ଗତେ ୨ୟା, ଘାତଚନ୍ଦ୍ର- ଦିବା ୦୩.୪୫ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମିଥୁନ ରାଶିରପୁଷ୍କର ଦୋଷ- ଦିବା ୧୨.୪୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ମୂଳା- ବାରମ୍ବାର ପରିବାରରେ ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ।
ପୂ,ଷାଢା- ଅଫିସ ରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ବନ୍ଧୁଙ୍କ ମାଧ୍ୟମରେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ ।
ଉ,ଷାଢା- ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପ୍ରର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ମାନସିକ ଶାନ୍ତି ମିଳିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ଘରୁ କୌଣସି ଭୁଲ୍ ଖବର ଶୁଣି ବିବ୍ରତ ହୋଇପାରନ୍ତି ।
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଲଗାନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩