ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର- ବିଛା ଦିବା ୦୩.୪୫ ଗତେ ଧନୁ, ତିଥି- ପ୍ରତିପଦ ଦିବା ୧୨.୪୩ ଗତେ ୨ୟା, ଘାତଚନ୍ଦ୍ର- ଦିବା ୦୩.୪୫ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମିଥୁନ ରାଶିରପୁଷ୍କର ଦୋଷ- ଦିବା ୧୨.୪୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ମୃଗଶିରା- ଦାମ୍ପତ୍ୟ ଜୀବନରେ ବିବାଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଲାଭ ପାଇବେ । ଆର୍ଥିକ ସମସ୍ୟାକୁ ଏଡାଇବା ପାଇଁ ଖର୍ଚ୍ଚ କମ୍ କରନ୍ତୁ । ପରିବାର ସଦସ୍ୟଙ୍କ କାର୍ଯ୍ୟ କଳାପକୁ ନେଇ କ୍ରୋଧିତ ହୋଇପାରନ୍ତି ।
ଆଦ୍ରା- ଉଚ୍ଚସମ୍ମାନ ସହ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ । ଈର୍ଷା ପରାୟଣ ବ୍ୟକ୍ତିମାନେ ଦୂରେଇଯିବେ । ହସଖୁସୀରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ।
ପୁନର୍ବସୁ- ପ୍ରେମ ସମ୍ପର୍କ ଦୃଷ୍ଟି କୋଣରୁ ସମୟ ଅନୁକୂଳ ରହିବ । ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଜମି ସମ୍ବନ୍ଧୀୟ ବିବାଦକୁ କୋର୍ଟ କୁ ନେବା ପରିବର୍ତେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫