ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର –ମୀନ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୩.୨୭ ଗତେ ପ୍ରତିପଦ । ଘାତ ଚନ୍ଦ୍ର -ଧନୁ ରାଶିର ଅହୋରାତ୍ର । ଘାତ ବାର-ବିଛା, ଧନୁ ଓ ମୀନ ।
ଉ, ଷାଢା- ଶାରୀରିକ ଅସୁସ୍ଥତା ଦୂରେଇ ଯିବ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ ।
ଶ୍ରବଣା- ଆଶା କରିଥିବା ଖବର ପାଇ ଖୁସୀ ହୋଇଯିବେ । ପ୍ରେମିକା, ପ୍ରେମିକ ମାନଙ୍କର ଅନେକ ଦିନର ଅଭିଳାଷା ପୂର୍ଣ୍ଣ ହେବ । ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହୋଇଯିବ ।
ଧନିଷ୍ଠା- ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ । ଯାନ ବାହନ କିଣି ଖୁସି ଅନୁଭବ କରିବେ । ପଡୋଶୀ ଏବଂ କୁଟୁମ୍ଭ ସହ ଲାଗିଥିବା କଳହର ସମାଧାନ ହୋଇଯିବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର-ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ