ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୦୨ ଗତେ ବିଛା,ତିଥି- ୧୩ଶୀ ଦିବା ୦୮.୪୦ ଗତେ ୧୪ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ଦିବା ୧୦.୧୭ ଗତେ,୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
ଧନିଷ୍ଠା- ସାମାନ୍ୟ ଶାରୀରିକ ସମସ୍ୟା ଦେଖାଦେବା ସହିତ ଦୁର୍ବଳତା ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ସାହିତ୍ୟ, ଲେଖାପଢ଼ା, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ।
ଶତଭିଷା- ଦୀର୍ଘଦିନରୁ ଲାଗିରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ବିବାଦୀୟ ଘଟଣା, ଜମିଜମା କଳହ ତଥା ମାଲିମକଦ୍ଦମା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ପୂ,ଭାଦ୍ରପଦ- ଭୂ- ସମ୍ପତିରେ ଅଧିକ ପଇସା ନିବେଶ କରନ୍ତୁ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଶତୃମାନେ ମଥାନତ କରିବେ
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮