• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଳ ଯୋଗ, ପଡ଼ିଛି ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ୨ୟା ଦିବା ୦୮.୦୦ ଗତେ ୩ୟା ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ-୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୦୦ ପର୍ଯ୍ୟନ୍ତ ।

Sagittarius

ଧନୁ

Friday 29 Dec 2023

ମୂଳା- କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ ତାଙ୍କ ସହିତ ସମ୍ପର୍କ ବଢାଇବେ । ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ । ବଡ କମ୍ପାନୀ ସହିତ ବ୍ୟବସାୟରେ ଜଡିତ ହୋଇ ପାରନ୍ତି । 

ପୂ,ଷାଢା- ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ ।

ଉ,ଷାଢା- ଅବିବାହିତ ଯୁବକ ଯୁବତୀଙ୍କର ବିବାହ ଧାର୍ଯ୍ୟ ହେବ । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। 

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର- ନାଲି ରଙ୍ଗର ପୋଷାକ ବ୍ୟବହାର କରନ୍ତୁ