• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଳ ଯୋଗ, ପଡ଼ିଛି ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ୨ୟା ଦିବା ୦୮.୦୦ ଗତେ ୩ୟା ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ-୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୦୦ ପର୍ଯ୍ୟନ୍ତ ।

Libra

ତୁଳା

Friday 29 Dec 2023

ଚିତ୍ରା- ବ୍ୟବସାୟରେ ପୁରୁଣା ସମସ୍ୟା ସମାଧାନ ହୋଇ ଅର୍ଥିକ ଉନ୍ନତି ଘଟିବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ । ସମ୍ମାନର ସହିତ ଦିନ ଚର୍ଯ୍ୟା କରି ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ ।

ସ୍ୱାତୀ- ଆଜି ଭଲ ବିଚାର ଭରା ରହିବେ ଓ ଆଶାରୁ ବହୁତ ବେଶୀ ଲାଭ ପାଇବେ । ଶିକ୍ଷାର୍ଥୀ ମାନଙ୍କୁ ଆଶାନୁରୂପ ଫଳ ପାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ ।    

ବିଶାଖା- ନିଜ ଲୋକଙ୍କ ସହିତ ମତାନ୍ତର, ମନାନ୍ତର ଦେଖାଦେବ । କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଆସିବ । ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ ।      

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    

ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ