• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଳ ଯୋଗ, ପଡ଼ିଛି ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ୨ୟା ଦିବା ୦୮.୦୦ ଗତେ ୩ୟା ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ-୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୦୦ ପର୍ଯ୍ୟନ୍ତ ।

Leo

ସିଂହ

Friday 29 Dec 2023

ମଘା- ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । କର୍ମଜୀବି ମାନଙ୍କର ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ପରିସ୍ଥିତି ଭଲ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । 

ପୂ,ଫାଲଗୁନି- ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ଋଣ ଭରଣାରେ ସହଜ ହେବ । 

ଉ,ଫାଲଗୁନି- ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ପାଇବେ । ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରି ପାରିବେ ନାହିଁ। 

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର- କୁଳ ଦେବତାଙ୍କ ପୂଜା କରନ୍ତୁ