• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଳ ଯୋଗ, ପଡ଼ିଛି ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ୨ୟା ଦିବା ୦୮.୦୦ ଗତେ ୩ୟା ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ-୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୦୦ ପର୍ଯ୍ୟନ୍ତ ।

Pisces

ମୀନ

Friday 29 Dec 2023

ପୂ,ଭାଦ୍ରପଦ- ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ । ନିଜର ପିଲାଙ୍କ ପାଇଁ କିଛି ବିଶେଷ ଯୋଜନା କରନ୍ତୁ ।  ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର ।  

ଉ,ଭାଦ୍ରପଦ- ଉଧାର ଦେଇଥିବା ଟଙ୍କା ମିଳିବ । ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବ। 

ରେବତୀ- ଆପଣ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବେ,  ଜୀବନରେ କିଛି କୌତୁହଳଜନକ କରିବାକୁ ଚେଷ୍ଟା କରିବେ । ଜୀବନରେ ସମ୍ବନ୍ଧ ଏବଂ ସମ୍ପର୍କୀୟଙ୍କ ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ । ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ହେବ । 

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର- କଦଳି ଗଛ ମୂଳେ ଜଳ ଢାଳନ୍ତୁ କରନ୍ତୁ