ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୮ମୀ ଦିବା ୦୯.୫୭ ଗତେ ୯ମୀ ,ଘାତ ଚନ୍ଦ୍ର – କର୍କଟ ଓ ମକର ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୨.୧୯ ଗତେ ୨ ପାଦ
କୃତିକା- ଦେହ ଭଲ ରହିଲେ ମଧ୍ୟ ମୁଣ୍ଡ ରୋଗରେ କଷ୍ଟ ପାଇବେ । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ରହିବେ । ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ
ରୋହିଣୀ- ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ଦୃଢ଼ ମନୋବଳ ଓ କାର୍ୟ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ । ରାଜନୀତି କ୍ଷେତ୍ରରେ ସବୁ ପରିସ୍ଥିତିକୁ ସମ୍ଭାଳି ନେବେ
ମୃଗଶିରା- ନୂତନ ବସ୍ତ୍ରାଳଙ୍କାର ପାଇଁ ମନ ବଳାଇପାରନ୍ତି । ଭାବପ୍ରବଣତାବଶତଃ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ । ସ୍ୱାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬