• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th July 2023: ଏହି ରାଶିର ବ୍ୟକ୍ତି... ଆଜି ନୂତନ ଗୃହ କିମ୍ବା ଭୂମି କ୍ରୟ କରିପାରନ୍ତି

ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୭.୦୭ ଗତେ ବିଛା । ତିଥି- ୧୦ମୀ ଦିବା ୦୨.୫୧ ଗତେ ୧୧ଶୀ । ଘାତ ଚନ୍ଦ୍ର- ନାସ୍ତି । ଘାତ ବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ନାସ୍ତି ।

Virgo

କନ୍ୟା

Friday 28 Jul 2023

ଉ- ଫାଲ୍‌ଗୁନୀ- ସାମାନ୍ୟ ଶାରୀରିକ ଅସୁସ୍ଥ ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନୀ ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ ।

ହସ୍ତା- ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ଖୁସି ହେବେ । ଆତ୍ମୀୟସ୍ୱଜନଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ । ସଭାସମିତିରେ ଯୋଗ ଦେଇ ଲାଭବାନ ହେବେ ଓ ସମ୍ମାନ,ପ୍ରତିଷ୍ଠା ପାଇବେ

ଚିତ୍ରା- ବହୁ ଦିନର ଆଶା ପୂରଣ କାରଣରୁ ମନ ଉଦ୍‌ଫୁଲ୍ଲିତ ରହିବ । ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବାଦରୁ ମୁକ୍ତି ମିଳିବ । ନିଜକୁ ଧର୍ମକାର୍ଯ୍ୟରେ ନିୟୋଜିତ କରିପାରନ୍ତି ।

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :