• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Feb 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନଲାଭର ଯୋଗ ରହିଛି

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ରାତ୍ରି ୦୮.୫୯ ଗତେ ତୁଳା । ତିଥି-ଚତୁର୍ଥୀ ରାତ୍ରି ୦୪.୧୮ ଗତେ ପଞ୍ଚମୀ । ଘାତଚନ୍ଦ୍ର-  ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର ।

Libra

ତୁଳା

Wednesday 28 Feb 2024

ଚିତ୍ରା- ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବୃଦ୍ଧି ବିଦ୍ୟାର ଉତ୍ତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ । ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ ।

ସ୍ୱାତୀ- ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । ଯୋଗ୍ୟତା ଅନୁସାରେ କୌଣସି ଉଚ୍ଚ ପଦବୀ ମିଳିପାରେ ।

ବିଶାଖା- ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ସମ୍ପତି କିଣିବାର ଯୋଗ ରହିଛି । 

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର- ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ