• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Feb 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନଲାଭର ଯୋଗ ରହିଛି

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ରାତ୍ରି ୦୮.୫୯ ଗତେ ତୁଳା । ତିଥି-ଚତୁର୍ଥୀ ରାତ୍ରି ୦୪.୧୮ ଗତେ ପଞ୍ଚମୀ । ଘାତଚନ୍ଦ୍ର-  ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର ।

Virgo

କନ୍ୟା

Wednesday 28 Feb 2024

ଉ, ଫାଲଗୁନି- ମାନସିକ ଦୁଶ୍ଚିନ୍ତା ଟିକେ କମ୍ ରହିବ । ବନ୍ଧୁ ମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ । ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ ।

ହସ୍ତା- ବ୍ୟବସାୟ ବଢ଼ାଇବା ନିମନ୍ତେ ଧାର କରଜ କରିପାରନ୍ତି । ବିଦ୍ୟାର୍ଥୀମାନେ ସଫଳତା ହାସଲ କରିବେ । ମହିଳାମାନେ ଆତ୍ମବିଶ୍ଵାସୀ ରହିବେ ।

ଚିତ୍ରା- ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର- ସକାଳୁ କୁକୁର, କାଉକୁ ଖାଇବାକୁ ଦିଅନ୍ତୁ