• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Feb 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନଲାଭର ଯୋଗ ରହିଛି

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ରାତ୍ରି ୦୮.୫୯ ଗତେ ତୁଳା । ତିଥି-ଚତୁର୍ଥୀ ରାତ୍ରି ୦୪.୧୮ ଗତେ ପଞ୍ଚମୀ । ଘାତଚନ୍ଦ୍ର-  ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର ।

Taurus

ବୃଷ

Wednesday 28 Feb 2024

କୃତିକା- ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ । ଜୀବନ ସାଥୀଙ୍କ ସହେଯାଗରେ ଆଗକୁ ବଢିବାର ସୁଯୋଗ ପାଇବେ ।

ରୋହିଣୀ- ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବେ । ଶତୃମାନଙ୍କର କ୍ରୋଧରୁ ଅଳ୍ପକେ ରକ୍ଷା ପାଇବେ । ମନ ଚାହୁଁଥିବା କାର୍ଯ୍ୟ ଆରମ୍ଭ କରିବେ । ରାଜନୈତିକ ଜୀବନ ଉଥାନ୍, ପତନରେ ଗତି କରିବ ।  

ମୃଗଶିରା- ଆର୍ଥିକ ସ୍ଥିତି ସୁଦୃଢ ରହିବ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ । ମହିଳାମାନେ କଠିନ ପରିଶ୍ରମ କରିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର-ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ