ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ସନ୍ଧ୍ୟା ୦୬.୦୭ ଗତେ ତୁଳା,ତିଥି- ୧୨ଶୀ ର ଅହୋରାତ୍ର,ଘାତଚନ୍ଦ୍ର- ବୃଷ ରାଶିର ସନ୍ଧ୍ୟା ୦୬.୦୭ ପର୍ଯ୍ୟନ୍ତ,ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଚିତ୍ରା- ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବା ସହ ପୂର୍ବ ଶତୃ ମାନେ ପଛ ଘୁଞ୍ଚା ଦେବେ । ଶରୀର ସୁସ୍ଥ ରହିବା ସହ ଯାତ୍ରାରେ ବିଶେଷ ଲାଭବାନ୍ ହେବେ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ ।
ସ୍ୱାତୀ- ପୁରାତନ ରୋଗରୁ ଉପସମ ପାଇବେ । କର୍ମ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ । ଅଫିସ୍ ରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ ।
ବିଶାଖା- ବିଦ୍ୟାର୍ଥୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ମାଲିମକଦ୍ଧମାରେ ଜୟଯୁକ୍ତ ହେବେ ।
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬