ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର। ଚନ୍ଦ୍ର- କୁମ୍ଭ ନିଶାନ୍ତ ୦୪.୩୧ ଗତେ ମୀନ। ତିଥି- ୬ଷ୍ଠୀ ସନ୍ଧ୍ୟା ୦୬.୩୯ ଗତେ ୭ମୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ନିଶାନ୍ତ ୦୪.୩୧ ଗତେ ଧନୁ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ଦିବା ୧୧.୩୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୩୯ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
ବିଶାଖା- ପାରିବାରିକ ଜୀବନରେ ଦୁଃଖ-ସୁଖ ଲାଗି ରହିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ନାନା ଚିନ୍ତାରେ ମାନସିକ ଅସ୍ଥିରତା ବଢିବ ।
ଅନୁରାଧା- ବିଦ୍ୟାର୍ଥୀମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । ପରିବାରର ସମପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ ।
ଜ୍ୟେଷ୍ଠା- ଅଧିକ ଆତ୍ମବିଶ୍ୱାସ ହାନିକାରକ ହୋଇପାରେ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ଧାର ଦେବା ନେବାରେ ନିବୃତ ରୁହନ୍ତୁ । ନିଜ ଜିନିଷ କେଉଁଠି ରଖି ଭୁଲିଯିବେ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯