ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର – କନ୍ୟା ରାତ୍ରି ୦୩.୨୬ ଗତେ ତୁଳା,ତିଥି – ୯ମୀ ରାତ୍ରି ୦୩.୦୫ ଗତେ ୧୦ମୀ,ଘାତ ଚନ୍ଦ୍ର – ବୃଷ ରାତ୍ରି ୦୩.୨୬ ପର୍ଯ୍ୟନ୍ତ,ଘାତ ବାର – ମକର,ପୁଷ୍କର ଦୋଷ – ୨ ପାଦ - କୃଷିହାନି- ଭୂମିଦାନ ।
ମଘା- ଆପଣ କାନ୍ଧରେ ଆଘାତ ପାଇ ପାରନ୍ତି । ସନ୍ତାନଙ୍କ ପାଇଁ ମନ ଉଦ୍ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ରହିବେ । ସ୍ୱଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି ।
ପୂ- ଫାଲ୍ଗୁନୀ- ଆନୁଷ୍ଠାନିକ କ୍ଷେତ୍ର, ସଭାସମିତିରେ ସମ୍ମାନିତ ହେବେ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ କମ୍ପାନୀକୁ ଉପଯୁକ୍ତ ଉପାୟରେ ପରିଚାଳନା କରିବେ
ଉ- ଫାଲ୍ଗୁନୀ- ପରିବାରର ସମ୍ପର୍କୀୟଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ପ୍ରଶାସନିକ ସ୍ତରରେ ଅନ୍ୟକୁ ନିଜ କାମରେ ସହଭାଗିତା କରାଇପାରିବେ । ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ
ପ୍ରତିକାର – ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨