ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ସନ୍ଧ୍ୟା ୦୬.୩୭ ଗତେ ମେଷ,ତିଥି – ୬ଷ୍ଠୀ ଦିବା ୦୯.୧୦ ଗତେ ୭ମୀ,ଘାତ ଚନ୍ଦ୍ର – ଧନୁ ସନ୍ଧ୍ୟା ୦୬.୩୭ ଗତେ ମେଷ,ଘାତ ବାର- ବିଛା, ଧନୁ, ମୀନ,ପୁଷ୍କର ଦୋଷ – ଦିବା ୦୯.୧୦ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।
ବିଶାଖା- ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ବ୍ୟପାର ବୃର୍ତିରେ ପ୍ରଗତି ହେବ । ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ । ଅଫିସରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ
ଅନୁରାଧା- ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ । ପ୍ରେମ ଜୀବନ ଭଲ ରହିବ । ରାଜନିତିରେ ଲୋକଙ୍କ ପ୍ରିୟ ରହିବେ ।
ଜ୍ୟୋଷ୍ଠା- ଆୟନୀ , ଅଦାଲତରେ ଜଡିତ ରହିବେ । ମହିଳା ମାନଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନ ଲାଭର ଯୋଗ ଅଛି । ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫