ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ ସନ୍ଧ୍ୟା ୦୬.୩୭ ଗତେ ମେଷ,ତିଥି – ୬ଷ୍ଠୀ ଦିବା ୦୯.୧୦ ଗତେ ୭ମୀ,ଘାତ ଚନ୍ଦ୍ର – ଧନୁ ସନ୍ଧ୍ୟା ୦୬.୩୭ ଗତେ ମେଷ,ଘାତ ବାର- ବିଛା, ଧନୁ, ମୀନ,ପୁଷ୍କର ଦୋଷ – ଦିବା ୦୯.୧୦ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।
ଉ- ଫାଲ୍ଗୁନୀ- ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ ।
ହସ୍ତା- ସମୟ ଏପରି ହେବ ଯେ ଦୁଇ ପଇସା ଜାଗାରେ ଛ ପଇସା ଖର୍ଚ୍ଚ କରିବାକୁ ପଡିବ । ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ ।
ଚିତ୍ରା- ଜମି କ୍ରୟ କରି ଖୁସି ରହିବେ । ମହିଳା ମାନେ ପରିବାରରେ ପୁଷ୍ଟି ସାଧନ କରିବେ । କୈାଣସି କଥାକୁ ନେଇ ଭାବୁକ ରହିବେ ।
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫