ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି-୧୧ଶୀ ରାତ୍ରି ୦୯.୩୨ ଗତେ ୧୨ଶୀ । ଘାତ ଚନ୍ଦ୍ର-ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତ ବାର – ମେଷ
ଉ, ଷାଢା- ନୂଆ ବ୍ୟବସାୟରେ ପୁଞି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ । ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ । ଆର୍ଥିକ ସଫଳତା ପାଇବେ ।
ଶ୍ରବଣା- ଅଫିସ୍ରେ ଆପଣଙ୍କ କାମରେ ଖୁସି ହୋଇ କର୍ତୁପକ୍ଷ ଉପହାର ଦେବେ । ଅନ୍ୟମାନଙ୍କ ଆଗରେ ଆପଣଙ୍କର ଛବି ଭଲ ରହିବ । ରାଜନୀତିରେ ବିରୋଧୀ ମାନଙ୍କର ଦୃଢ ମୁକାବିଲା କରିବେ ।
ଧନିଷ୍ଠା- ଭୂ-ସମ୍ପତି କିଣିବା ପୂର୍ବରୁ ଶୁଭ ମୁହୂର୍ତ ଦେଖନ୍ତୁ । ଦୀର୍ଘ ଦିନରୁ ସ୍ଥଗିତ ଥିବା ସରକାରୀ କାମ ପୂରା ହୋଇଯିବ । କୋର୍ଟ, କଚେରୀ କଥାକୁ ନେଇ ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ସୂର୍ୟ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ