ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ରବିବାର । ଚନ୍ଦ୍ର-ଧନୁ ଅହୋରାତ୍ର । ତିଥି-୩ୟା ସନ୍ଧ୍ୟା ୦୬.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ମୃଗଶିରା- ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ମୁଣ୍ଡବ୍ୟଥା ଜନିତ ସମସ୍ୟା ଦେଖାଦେବ । ବ୍ୟବସାୟୀମାନେ କୌଶଳରେ କାର୍ୟ୍ୟ ହାସଲ କରିବେ।
ଆଦ୍ରା - କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଧର୍ମାନୁଷ୍ଟାନରେ କାମ କରିବାର ସୁଯୋଗ ପାଇବେ । ରାଜନୀତିରେ ଶତ୍ରୁଙ୍କ ସଖ୍ୟା ବଢିବ ।
ପୁନର୍ବସୁ - ପରିସ୍ଥିତିବଶତଃ ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ । କୋର୍ଟର ରାୟ ଡେରି ହୋଇପାରେ । ମହିଳା ମାନଙ୍କ ଦିନ ଭଲରେ କଟିବ ।
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫