ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ମଙ୍ଗଳବାର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ।
ଧନିଷ୍ଠା – ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ବେପରୁଆ ମନୋଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇପାରନ୍ତି । ସୁଖ, ସମୃଦ୍ଧି ବଢିବ । ମହିଳାମାନେ ସମ୍ମାନୀତ ହେବେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ ।
ଶତଭିଷା – ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି । ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ ।
ପୂ , ଭାଦ୍ରପଦ – ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ । ପୂର୍ବରୁ ଅର୍ଜିତ କରିଥିବା ସମ୍ପତିକୁ ନେଇ କିଛି ବିଶେଷ ଯୋଜନା ପ୍ରସ୍ତୁତ କରିପାରନ୍ତି । କ୍ୟାରିୟରେ ନୂଆ କିର୍ତ୍ତିମାନ ସ୍ଥାପନ କରିବେ।
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮