ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୮ମୀ ରାତ୍ରି ୦୨.୦୫ ଗତେ ୯ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୨ ପାଦ - କୃଷିହାନି- ତିଳକାଞନ ଦାନ ଦିବା ୧୨.୪୨ ପର୍ଯ୍ୟନ୍ତ
ଅଶ୍ୱନୀ - ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ସନ୍ତାନଙ୍କ ପାଇଁ କୈାଣସି ମହତ୍ୱପୂର୍ଣ୍ଣ କାମ ହୋଇପାରେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ ।
ଦ୍ୱିଜା - ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାର୍ଯ୍ୟ ପାଇବେ । ରାଜନୀତିରେ ପ୍ରବଳ ଲୋକ ସମର୍ଥନ ମିଳିବା ଫଳରେ ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିବେ ।
କୃତିକା - ପରହାତ ଥିବା ସହଜ ରେ ପ୍ରାପ୍ତି ହେବା ଫଳରେ ସାଂସାରିକ ଜୀବନ ସୁଖମୟ ହେବ । ଦାଦବିବାଦ, ମାଲିମକଦ୍ଦମା ସଫଳତା ମିଳିବ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ବାଧା ଆସିପାରେ ।
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯