• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th July 2024: ଏହି ରାଶିର ବ୍ୟକ୍ତି ଆଜି ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିବେ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୧୧.୩୦ ଗତେ ୭ମୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୧୧.୩୦ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ।

Cancer

କର୍କଟ

Friday 26 Jul 2024

ପୁନର୍ବସୁ- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ ।ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ବୃଦ୍ଧି ପାଇବ ।

ପୁଷ୍ୟା- ଅଫିସ୍ରେ ସ୍ଥଗିତ କାମ ପାଇଁ ଉପରିସ୍ଥ କର୍ମଚାରୀ କଡା କଥା କହିପାରନ୍ତି । ଆନୁଷ୍ଠାନିକ କାର‌୍ୟ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ପାରିବେ ।

ଅଶ୍ଲେଷା- ଘରଭଡାକୁ କେନ୍ଦ୍ରକରି ସମସ୍ୟା ଦେଖା ଦେଇପାରେ । ମହିଳା ମାନେ ମାଙ୍ଗଳିକ କାର‌୍ୟ୍ୟରେ ଯୋଗ ଦେବେ । ସବୁ ପରିସ୍ଥିତିରେ ସଂଯମତା ରଖିବା ଉଚିତ୍ ।

ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :