ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ସିଂହ ଦିବା ୦୮.୧୦ ଗତେ କନ୍ୟା । ତିଥି- ୨ୟା ରାତ୍ରି ୧୧.୧୬ ଗତେ ୩ୟ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୦୮.୧୦ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶ ହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୧୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୦ ପର୍ଯ୍ୟନ୍ତ ।
ପୁନର୍ବସୁ- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।
ପୁଷ୍ୟା- ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ଚାକିରି ବୃତିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ ।
ଅଶ୍ଲେଷା- ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବ । କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ
ପ୍ରତିକାର- ଜଳ ସୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨