ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ସିଂହ ଦିବା ୦୮.୧୦ ଗତେ କନ୍ୟା । ତିଥି- ୨ୟା ରାତ୍ରି ୧୧.୧୬ ଗତେ ୩ୟ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୦୮.୧୦ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶ ହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୧୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୦ ପର୍ଯ୍ୟନ୍ତ ।
କୃତିକା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ପ୍ରେମିକା, ପ୍ରେମିକମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ ।
ରୋହିଣୀ- ସନ୍ତାନମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ । ଭାବୁଥିବା କଥାକୁ ବନ୍ଧୁଙ୍କ ଆଗରେ କହି ପାରିବେ ନାହିଁ । ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ ।
ମୃଗଶିରା- ଜମିବାଡି ସମସ୍ୟାରୁ ମୁକ୍ତି ପାଇବେ । ମହିଳାମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
ପ୍ରତିକାର- ମା’ କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬