• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th August 2023: ଏହି ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଖୁବ୍‌ ଭଲ ରହିବ, ବ୍ୟବସାୟରେ ଉନ୍ନତି ହେବ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର-ବିଛା ଦିବା ୦୮.୩୬ ଗତେ ଧନୁ । ତିଥି-୧୦ ମୀ ରାତ୍ରି ୧୨.୦୮ ଗତେ ୧୧ଶୀ । ଘାତ ଚନ୍ଦ୍ର-ଦିବା ୦୮.୩୬ ଗତେ ତୁଳା ଓ କୁମ୍ଭ । ଘାତ ବାର-ବୃଷ ,ସିଂହ ଓ କନ୍ୟା ।

Scorpio

ବିଛା

Saturday 26 Aug 2023

ବିଶାଖା- ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପିଲାମାନଙ୍କ ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ। ଅସି୍ଥରତା କାରଣରୁ କାର୍ଯ୍ୟରେ ତୃଟି କରିପାରନ୍ତି ।

ଅନୁରାଧା- ଅଫିସରେ ଛୋଟ ଘଟଣାକୁ ବଡ଼ ଆକାରରେ ଚିନ୍ତା କରି ବୃଥାରେ ସମୟର ଅପଚୟ କରିପାରନ୍ତି। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।

ଜ୍ୟୋଷ୍ଠା- ସାହିତ୍ୟ, ସାମ୍ବାଦିକତା, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।  ହୋଟେଲ ଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର- ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ