• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th August 2023: ଏହି ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଖୁବ୍‌ ଭଲ ରହିବ, ବ୍ୟବସାୟରେ ଉନ୍ନତି ହେବ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର-ବିଛା ଦିବା ୦୮.୩୬ ଗତେ ଧନୁ । ତିଥି-୧୦ ମୀ ରାତ୍ରି ୧୨.୦୮ ଗତେ ୧୧ଶୀ । ଘାତ ଚନ୍ଦ୍ର-ଦିବା ୦୮.୩୬ ଗତେ ତୁଳା ଓ କୁମ୍ଭ । ଘାତ ବାର-ବୃଷ ,ସିଂହ ଓ କନ୍ୟା ।

Libra

ତୁଳା

Saturday 26 Aug 2023

ଚିତ୍ରା- ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବା । କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ ।

ସ୍ୱାତି- ପରକଥାରେ ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ଜରୁରୀ କାମରେ ବାପାଙ୍କର ସାହାର୍ଯ୍ୟ ପାଇବେ । ଭାବୁଥିବା କାମକୁ ମନପ୍ରାଣ ଦେଇ ପୂରା କରିବେ ।

ବିଶାଖା- ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଆନୁଷ୍ଠାନିକ କାମରେ ସହଯୋଗ ପ୍ରଦାନ କରି ପ୍ରଶଂସିତ ହୋଇପାରନ୍ତି। ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର- ଶିବଙ୍କର ଦର୍ଶନ କରନ୍ତୁ