• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th August 2023: ଏହି ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଖୁବ୍‌ ଭଲ ରହିବ, ବ୍ୟବସାୟରେ ଉନ୍ନତି ହେବ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର-ବିଛା ଦିବା ୦୮.୩୬ ଗତେ ଧନୁ । ତିଥି-୧୦ ମୀ ରାତ୍ରି ୧୨.୦୮ ଗତେ ୧୧ଶୀ । ଘାତ ଚନ୍ଦ୍ର-ଦିବା ୦୮.୩୬ ଗତେ ତୁଳା ଓ କୁମ୍ଭ । ଘାତ ବାର-ବୃଷ ,ସିଂହ ଓ କନ୍ୟା ।

Virgo

କନ୍ୟା

Saturday 26 Aug 2023

ଉ-ଫାଲ୍‌ଗୁନୀ- ପାରିବାରିକ କ୍ଷେତ୍ରରେ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇବେ। ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ ।

ହସ୍ତା- ସହକର୍ମୀମାନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟକ୍ତିଗତ କ୍ଷେତ୍ରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ରାଜନୈତିକ ନେତାମାନେ ରାଜନୀତିରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ ।

ଚିତ୍ରା- ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି। ଆକସ୍ମିକ ସମସ୍ୟାରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କରି ଅନୁତପ୍ତ ହୋଇପାରନ୍ତି । କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର- ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ