• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th August 2023: ଏହି ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଖୁବ୍‌ ଭଲ ରହିବ, ବ୍ୟବସାୟରେ ଉନ୍ନତି ହେବ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର-ବିଛା ଦିବା ୦୮.୩୬ ଗତେ ଧନୁ । ତିଥି-୧୦ ମୀ ରାତ୍ରି ୧୨.୦୮ ଗତେ ୧୧ଶୀ । ଘାତ ଚନ୍ଦ୍ର-ଦିବା ୦୮.୩୬ ଗତେ ତୁଳା ଓ କୁମ୍ଭ । ଘାତ ବାର-ବୃଷ ,ସିଂହ ଓ କନ୍ୟା ।

Aquarius

କୁମ୍ଭ

Saturday 26 Aug 2023

ଧନିଷ୍ଠା- ସମ୍ପର୍କୀୟଙ୍କ ସହଯୋଗକ୍ରମେ ଆନୁଷ୍ଠାନିକ କାମ ପ୍ରତି ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।

ଶତଭିଷା- ଆର୍ଥିକ ସଙ୍କଟର ଶିକାର ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଓ ଜିଦ୍ ମନକୁ ବିଭାନ୍ତ କରିପାରନ୍ତି ।

ପୂ, ଭାଦ୍ରପଦ- ଜମିଜମା କାରବାରରେ ବିଳମ୍ବ ହେତୁ ସମସ୍ୟା ଦେଖାଦେଇପାରେ। ପକେଟ ମାର ଜନିତ ଧନହାନି ଘଟିପାରେ । ମହିଳା ମାନେ ପୂରାତନ ରୋଗର ପିଡ଼ା ଅନୁଭବ କରିବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ