ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଚନ୍ଦ୍ର-ବିଛା ଦିବା ୦୮.୩୬ ଗତେ ଧନୁ । ତିଥି-୧୦ ମୀ ରାତ୍ରି ୧୨.୦୮ ଗତେ ୧୧ଶୀ । ଘାତ ଚନ୍ଦ୍ର-ଦିବା ୦୮.୩୬ ଗତେ ତୁଳା ଓ କୁମ୍ଭ । ଘାତ ବାର-ବୃଷ ,ସିଂହ ଓ କନ୍ୟା ।
ଅଶ୍ୱନି - ବହୁଦିନରୁ ଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। ସ୍ୱାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ହେତୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ଘଟିବ । ପରିବାର ଭିତରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।
ଦ୍ୱିଜା- ସଙ୍ଗଠନ,ପ୍ରଶାସନ, ଆଲୋଚନା, କ୍ଷେତ୍ରରୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ। ପ୍ରତ୍ୟେକ କଥାକୁ ସହଜ, ସରଳ ଢଙ୍ଗରେ ଗ୍ରହଣକଲେ କ୍ଷତିରେ ପଡ଼ିପାରନ୍ତି।
କୃତିକା- ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ସମାସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ସୁନ୍ଦର କଳ୍ପନାରେ ବିଭୋର ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ