ସୌର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି-୧୩ଶୀ ସନ୍ଧ୍ୟା ୦୫.୨୨ ଗତେ ୧୪ଶୀ । ଘାତଚନ୍ଦ୍ର-ମେଷ ରାଶିର ଅହୋରାତ୍ର । ଘାତବାର-ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ମଘା- ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ୟ୍ୟରେ ନିୟୋଜିତ ହୋଇପାରନ୍ତି । ନିଜର ଭଲ କାମ ପାଇଁ ପ୍ରଂଶସିତ ହେବେ ।
ପୂ,ଫାଲଗୁନି- ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମ ଗୁଡିକୁ ସବୁ ଠିକ୍ଠାକ୍ ହୋଇଯିବ । ନୂତନ କାର୍ଯ୍ୟ ଆରମ୍ଭ କରି, ତାହା ଶେଷ କରିବାରେ ସମର୍ଥ ହେବେ ।
ଉ,ଫାଲଗୁନି- ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ । ଆୟନ୍ ଅଦାଲତ ଥିବା ଦୁଶ୍ଚିନ୍ତା ଦୂର ହୋଇପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର-ବିଷ୍ଣୁଙ୍କୁ ପୂଜା କରି ଦିନଟି ଆରମ୍ଭ କରନ୍ତୁ