• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th Nov 2023: ଏହି ରାଶିର ବ୍ୟକ୍ତି ସାବଧାନ, ହୋଇପାରେ ବଡ଼ କ୍ଷତି..!

ସୌର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ  ଶନିବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି-୧୩ଶୀ ସନ୍ଧ୍ୟା ୦୫.୨୨ ଗତେ ୧୪ଶୀ । ଘାତଚନ୍ଦ୍ର-ମେଷ ରାଶିର ଅହୋରାତ୍ର । ଘାତବାର-ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ  ।

Taurus

ବୃଷ

Saturday 25 Nov 2023

କୃତିକା- କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ । ଘରକୁ ଆସିଥିବା ବନ୍ଧୁଙ୍କ ପାଇଁ ଖୁସି ରହିବେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ । 

ରୋହିଣୀ- ଅଚିହ୍ନା ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ।

ମୃଗଶିରା- ଶତୃକୁ ଶରଣାଗତ କରାଇପାରନ୍ତି । ମହିଳା ମାନେ ଉଦାର ସ୍ୱଭାବ ରହିବେ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ କଟିବ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର - ମା କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ