Daily Horoscope 25th May 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବିଦେଶ ଯାତ୍ରାର ଯୋଗ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଶନିବାର। ଚନ୍ଦ୍ର- ବିଛା ଦିବା ୧୦.୩୫ ଗତେ ଧନୁ। ତିଥି-୨ୟା ସନ୍ଧ୍ୟା ୦୬.୫୮ ଗତେ ୩ୟା। ଘାତଚନ୍ଦ୍ର- ଦିବା ୧୦.୩୫ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର।। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ।

Aries

ମେଷ

Saturday 25 May 2024

ଅଶ୍ୱନୀ- ଅର୍ଥ ସମ୍ବନ୍ଧୀୟ କୌଣସି କଥା ଶୁଣି ଉଲ୍ଲସିତ ହେବେ। ବନ୍ଧୁମିଳନ ସଙ୍ଗକୁ ଖୁସିର ଆସର ଜମିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି।

ଦ୍ୱିଜା-ପ୍ରଶାସନିକ କ୍ଷେତ୍ର ପ୍ରାୟତଃ ମଧ୍ୟମ ପ୍ରକାରର ରହିବ । ଅର୍ଥଲାଭ ସଙ୍ଗକୁ ସନ୍ତାନମାନଙ୍କ ଗୌରବରେ ନିଜକୁ ଗୌରବାନ୍ବିତ ମନେକରିବେ। ସହକର୍ମୀଙ୍କ ସହ ମତାନ୍ତର ଜନିତ ସମସ୍ୟା ବୃଦ୍ଧିର ସମ୍ଭାବନା ରହିଛି।

କୃତିକା- ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କିଛି ଜିନିଷ ହଜାଇବା କାରଣରୁ ମନ ଦୁଃଖରେ ରହିବେ । ମାଲିମୋକଦ୍ଦମାରେ ଜୟଯୁକ୍ତ କରିବେ।

ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :