• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th May 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବିଦେଶ ଯାତ୍ରାର ଯୋଗ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଶନିବାର। ଚନ୍ଦ୍ର- ବିଛା ଦିବା ୧୦.୩୫ ଗତେ ଧନୁ। ତିଥି-୨ୟା ସନ୍ଧ୍ୟା ୦୬.୫୮ ଗତେ ୩ୟା। ଘାତଚନ୍ଦ୍ର- ଦିବା ୧୦.୩୫ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର।। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ।

Sagittarius

ଧନୁ

Saturday 25 May 2024

ମୂଳା-ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ଅଶାନ୍ତି ଲାଗି ରହିବା କାରଣରୁ ମନ ଅସ୍ଥିର ରହିବ। ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଆଚରଣ ଭଲ ରହିବ ।

ପୂ, ଷାଢା- ସଂଯମତା ଅଭାବରୁ ଅଫିସରଙ୍କ ସହ ସମ୍ପର୍କହାନି ଚିନ୍ତାର କାରଣ ହେବ। ପିଲାଙ୍କ ସମସ୍ୟା ସମାଧାନ ପୂର୍ବକ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।

ଉ, ଷାଢା-ବାହାରକୁ ଯିବା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରିବେ। ବନ୍ଧୁଗହଣରେ ଫାଇଦା ହାସଲ ଲକ୍ଷ୍ୟରେ ମିତ୍ରମାନେ ପ୍ରଶଂସା ଗାଇବୁଲିବେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି।

ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :