• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th May 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବିଦେଶ ଯାତ୍ରାର ଯୋଗ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଶନିବାର। ଚନ୍ଦ୍ର- ବିଛା ଦିବା ୧୦.୩୫ ଗତେ ଧନୁ। ତିଥି-୨ୟା ସନ୍ଧ୍ୟା ୦୬.୫୮ ଗତେ ୩ୟା। ଘାତଚନ୍ଦ୍ର- ଦିବା ୧୦.୩୫ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର।। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ।

Gemini

ମିଥୁନ

Saturday 25 May 2024

ମୃଗଶିରା-ଆଦୌ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ବିଶେଷଙ୍କ କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ନିକଟ ସମ୍ପର୍କୀୟ କିମ୍ବା ଆତ୍ମୀୟସ୍ବଜନଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। ବିଶେଷ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ଲାଗି ରହିପାରେ।

ଆଦ୍ରା-ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବହୁ ଆକାଂକ୍ଷିତ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି। ସନ୍ଧ୍ୟା ସମୟରେ ହଠାତ୍ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସି ହେବେ।

ପୁନର୍ବସୁ- ନିଜ ଚତୁଃପାର୍ଶ୍ୱରେ ରହୁଥିବା ବ୍ୟକ୍ତିମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।

ପ୍ରତିକାର – ଦତ୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :