• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th May 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବିଦେଶ ଯାତ୍ରାର ଯୋଗ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଶନିବାର। ଚନ୍ଦ୍ର- ବିଛା ଦିବା ୧୦.୩୫ ଗତେ ଧନୁ। ତିଥି-୨ୟା ସନ୍ଧ୍ୟା ୦୬.୫୮ ଗତେ ୩ୟା। ଘାତଚନ୍ଦ୍ର- ଦିବା ୧୦.୩୫ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର।। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ।

Taurus

ବୃଷ

Saturday 25 May 2024

କୃତିକା - ପ୍ରତିଟି କାମ ମନ ଦେଇ କଲେ ସଫଳତା ପାଇବେ । ଜୀବନ ସାଥିଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ । ବନ୍ଧୁ ବା ସମ୍ପର୍କୀୟ ସହାୟତା ଯୋଗୁଁ ଆର୍ଥିକ ସ୍ୱଚ୍ଛଳତା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢିବ ।

ରୋହିଣୀ – ଖେଳାଳି ଓ ଚିତ୍ରତାରକା ମାନେ ଉତ୍ତମ ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ କିଛି କରିବାକୁ ଆଗ୍ରହୀ ଥିଲେ ମଧ୍ୟ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ଚାକିରିଆ ବ୍ୟକ୍ତିମାନେ ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ ।

ମୃଗଶିରା – ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ମହିଳାମାନେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବାକି ପଡିଥିବା ପାଉଣା ଫେରିପାଇବେ ।

ପ୍ରତିକାର – ଶ୍ରୀ ଭାର୍ଗବୀ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :