ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଅହୋରାତ୍ର ,ତିଥି – ୬ଷ୍ଠୀ ଅହୋରାତ୍ର,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା , କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।
ଚିତ୍ରା- ପ୍ରତିଟି କାମ ମନ ଦେଇ କରିଲେ ସଫଳତା ପାଇବେ । ଜୀବନ ସାଥିଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ । ବନ୍ଧୁ ବା ସମ୍ପର୍କୀୟ ସହାୟତା ଯୋଗୁଁ ଆର୍ଥିକ ସ୍ୱଚ୍ଚଳତା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢିବ
ସ୍ୱାତୀ- ଖେଳାଳି ଓ ଚିତ୍ରତାରକା ମାନେ ଉତମ ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ କିଛି କରିବାକୁ ଆଗ୍ରହୀ ଥିଲେ ମଧ୍ୟ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ଚାକିରିଆ ବ୍ୟକ୍ତି ମାନେ ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ
ବିଶାଖା- ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ମହିଳା ମାନେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବାକି ପଡିଥିବା ପାଉଣା ଫେରି ପାଇବେ
ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬