ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଅହୋରାତ୍ର ,ତିଥି – ୬ଷ୍ଠୀ ଅହୋରାତ୍ର,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା , କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।
ପୁନର୍ବସୁ – କୈାଣସି ରୋଗରେ ସାମାନ୍ୟ କଷ୍ଟ ପାଇ ପାରନ୍ତି । ଯୋଗାଯୋଗ ଅଭାବ ହେତୁ ସମ୍ପର୍କୀୟଙ୍କ ମଧ୍ୟରେ ଦୂରତା ରହିପାରେ । ବ୍ୟବସାୟ ସମ୍ବନ୍ଧରେ ବଡ ଚୁକ୍ତି ହୋଇପାରେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ହେବ ।
ପୁଷ୍ୟା – ଆପଣ କେତେକ ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି । ପ୍ରେମିକ, ପ୍ରେମିକା ମାନଙ୍କ ପାଇଁ ସୁଖକର ହେବ । ଅଫିସରେ ଆପଣଙ୍କର ପଦୋନ୍ନତି ବିଷୟରେ ଆଲୋଚନା କରିପାରନ୍ତି । ବିଦ୍ୟା କ୍ଷେତ୍ରରେ ପ୍ରଂଶସା ପାଇବେ ।
ଅଶ୍ଳେଷା – ସରକାରୀ କ୍ଷେତ୍ରରେ ମନୋନୀତ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ । ଟଙ୍କା କାରବାରକୁ ନେଇ ଅନେକ ସୁବିଧା ପାଇବେ । ମହିଳା ମାନେ ଗୃହୋପକରଣ କ୍ରୟ କରିବେ ।
ପ୍ରତିକାର – କିଛି ମିଠା ଖାଦ୍ୟ ଖାଇ ଘରୁ ବାହାରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨