• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th May 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଜମି ଓ ଯାନବାହାନ କ୍ରୟ କରିବାର ଯୋଗ ରହିଛି

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଅହୋରାତ୍ର ,ତିଥି – ୬ଷ୍ଠୀ ଅହୋରାତ୍ର,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା , କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।

Taurus

ବୃଷ

Thursday 25 May 2023

କୃତିକା - ହଠାତ୍ କୈାଣସି ରୋଗ ଦେଖା ଦେଇପାରେ । ପ୍ରେମ ମନ ଭାବନାରେ ହଠାତ୍ ଆସୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରିପାରେ । ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବେ

ରୋହିଣୀ – ପିତା ମାତାଙ୍କ ସହିତ ସାମାନ୍ୟ ମନମାଳିନ୍ୟ ଦେଖାଦେଇପାରେ । ଯେଉଁମାନେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢିବାକୁ ଇଚ୍ଛା କରୁଛନ୍ତି ,ସେମାନେ ଆଡମିଶନ୍ ପାଇ ପାରିବେ । ରାଜନୀତି କ୍ଷେତ୍ରରେ ଧର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।

ମୃଗଶିରା – ଗୁପ୍ତ ଶତୃ ପରାଜିତ ହୋଇପାରନ୍ତି । ଜାଗା, ଜମି ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ମହିଳା ମାନେ ସହନଶୀଳତା ଦେଖାଇବେ ।

ପ୍ରତିକାର – ଶ୍ୱେତଚନ୍ଦନ କର୍ପୂର ମିସେଇ ମସ୍ତକରେ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :