ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିôଥ- ପୂର୍ଣ୍ଣିମା ଦିବା ୧୨.୩୦ ଗତେ ପ୍ରତିପଦ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୩୭ ପର୍ଯ୍ୟନ୍ତ
ଉ- ଫାଲ୍ଗୁନୀ- ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବା ସହ ଦାମ୍ପତ୍ୟ ସୁଖରେ ଆଶା ଜନକ ଫଳପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ କିଛି ଆଦାୟ ହୋଇ ପାରିବ । ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ
ହସ୍ତା- କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ
ଚିତ୍ରା- ଜମିଜମା ସଙ୍କ୍ରାନ୍ତରେ ସଫଳତା ମିଳିବ । ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଅଫିସ୍ରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ
ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫