ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର ଚନ୍ଦ୍ର- କୁମ୍ଭ ଦିବା ୧୨.୪୫ ଗତେ ମୀନ ତିଥି- ୫ମୀ ରାତ୍ରି ୦୧.୫୮ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୦.୪୫ ଗତେ ଧନୁ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୧୬ ପର୍ଯ୍ୟନ୍ତ
ବିଶାଖା- ସ୍ୱାସ୍ଥ୍ୟ ଭଲ ରହିବା ସହିତ ସବୁ କାର୍ଯ୍ୟ କରି ପାରିବେ । ବ୍ୟବସାୟର ପଥ ସୁଗମ ହେବ । ସଂସାରିକ ଜୀବନ ଖୁବ ଭଲ ରହିବ । ପ୍ରେମ ସମ୍ପର୍କ ମଧୁର ରହିବ ।
ଅନୁରାଧା- ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ ।
ଜ୍ୟେଷ୍ଠା- ନୂଆ ଜମି କ୍ରୟ କରିବେ । ଗୃହିଣୀମାନେ କର୍ତ୍ତବ୍ୟ ନିର୍ବାହ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯