କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୧୨ଶୀ ଦିବା ୧୨.୪୭ ଗତେ ୧୩ଶୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୪୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୩୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
କୃତିକା- ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ୟ୍ୟରେ ନିୟୋଜିତ ହୋଇପାରନ୍ତି । ନିଜର ଭଲ କାମ ପାଇଁ ପ୍ରଂଶସିତ ହେବେ
ରୋହିଣୀ- ରାଜନେତାଙ୍କ ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ବିଦ୍ୟାର୍ଥୀ ମାନେ ପଢାରେ ପେଛଇବେ ଓ ପରୀକ୍ଷାରେ ଖରାପ ଫଳ ପାଇ ପାରନ୍ତି । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।
ମୃଗଶିରା-ଅଯଥା କଥାକୁ ନେଇ ଚିନ୍ତା କରିପାରନ୍ତି । ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମନୋରଞନ କାର୍ଯ୍ୟରେ ବା ନୃତ୍ୟ ଗୀତରେ ମଜ୍ଜି ରହିବେ
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬