ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।
ଉ , ଷାଢା - ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ଦାମ୍ପତ୍ୟ କଳହର ଅବସାନ ଘଟିବ । ବାରମ୍ବାର କାମରେ ପରିବର୍ତନ ମନରେ ଚିନ୍ତା ସୃଷ୍ଟି କରିବ । ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ । ଅସନ୍ତୋଷ ଭାବନାକୁ ନିଜ ଅବୈଧ ହେବାକୁ ଦିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ପୂର୍ଣ୍ଣଫଳ ପାଇବେ ।
ଶ୍ରବଣା – ବିଦ୍ୟାର୍ଥି ମାନେ ବିଦ୍ୟାନୁରାଗି ହେବେ । ବଡ ବ୍ୟବସାୟୀଙ୍କ ସହିତ ହାତ ମିଶାଇବେ । ରାଜନିତିରେ ଭଲ କାମ କରି ଲୋକଙ୍କ ପ୍ରିୟ ରହିବେ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ । ଭାଷଣ ବାଜିରେ କ୍ରୋଧକୁ ଆୟତକରି ଉଚିତ୍ କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ
ଧନିଷ୍ଠା – ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ । ମହିଳା ମାନେ ଚିନ୍ତିତ ରହିବେ । ପ୍ରେମ ମନ ଭାବନାରେ ହଠାତ୍ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରିପାରେ । ଯଦି ଆପଣ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରି ସେଥିରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବେ । ଯେଉଁମାନେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢିବାକୁ ଇଚ୍ଛା କରୁଛନ୍ତି , ସେମାନେ ଆଡମିଶନ୍ ପାଇ ପାରିବେ ।
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮