ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।
ମୂଳା – ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ହେବ । କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇ ପଡିବେ । ପିତାଙ୍କ ସହ ସଂପର୍କରେ ହାନି ଘଟିପାରେ । ମନରେ ଧାର୍ମିକ ଭାବନା ଉଦେୟ ହେବ । କର୍ମକ୍ଷେତ୍ରରେ ନୂତନ କର୍ମନିଯୁକ୍ତିର ସଂମ୍ଭାବନା ଅଧିକ ରହିଛି। ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି ।
ପୂ , ଷାଢା – ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ବ୍ୟବସାୟରେ ଲାଭାଂଶ କମାଇବେ । ରାଜନୀତିରେ ଆର୍ଥିକ ଲାଭ ମିଳିପାରେ । ଚାକିରିରେ ପଦୋନ୍ନତିର ଯୋଗ ରହିଅଛି । ଘରେ ଖୁସିର ମାହୋଲ୍ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ ।
ଉ , ଷାଢା – ମୂଲ୍ୟବାନ୍ ଜିନିଷ ଚୋରି ହେବା ସମ୍ଭାବନା ରହିଛି । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସି୍ଥତି ରହିପାରେ । ଜମିରେ ନିବେଶ ପାଇଁ ଭଲ ଦିନଟିଏ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ସାସୃତିକ ପରିବେଶରେ ଯୋଗ ଦାନ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩